ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନକୁ ପ୍ରଂଶସା କରିବା ପାକିସ୍ତାନୀ ଅଭିନେତା ତଥା ସିଙ୍ଗର ଅଲ୍ଲୀ ଜଫରଙ୍କୁ ମହଙ୍ଗା ପଡ଼ିଛି। ଇ୍ରମାନଙ୍କୁ ସମର୍ଥନ କରି ଜଫର କରିଥିବା ଏକ ଟୁଇଟ ତାଙ୍କ ପାଇଁ ଭାରି ପଡ଼ିଛି। ଏହି ଟୁଇଟ ପାଇଁ ଭାରତୀୟ ପ୍ରଂଶସକଙ୍କର ଆକ୍ରୋଶର ଶିକାର ହୋଇଛନ୍ତି ଅଲ୍ଲୀ ଜଫର। ଏମିତିକି ପୁନର୍ବାର ଭାରତ ନଆସିବାକୁ ଧମକ ଦେଇଛନ୍ତି ଭାରତୀୟ ଦର୍ଶକ।


ମଙ୍ଗଳବାର ପାକ୍‌ ପ୍ରଧାନମନ୍ତ୍ରୀ ଭାରତ ବିନା ପ୍ରମାଣରେ ପାକ୍‌ ଉପରେ ଦୋଷ ଲଦୁଛି ବୋଲି ବୟାନ ଦେଇଥିଲେ। ଏମତି ଆକ୍ରମଣ କରି ପାକିସ୍ତାନକୁ କ’ଣ ଫାଇଦା ମିଳିବ ବୋଲି ସେ କହିଥିଲେ। ଭାରତ ଯାହା ଯାଞ୍ଚ କରିବ ପାକିସ୍ତାନ ପ୍ରସ୍ତୁତ ଅଛି ସେ କହିଥିଲେ। ଏହାକୁ ସମର୍ଥନ କରିଥିଲେ ପାକିସ୍ତାନ ଅଭିନେତା ଅଲ୍ଲୀ ଜଫର।

ତେବେ ଇ୍ରମାନଙ୍କ ଏହି ବକ୍ତବ୍ୟକୁ ଭାରତରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଇମ୍ରାନଙ୍କ ଏହି ବୟାନର କଡ଼ା ଜବାବ ମଧ୍ୟ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ।

ଅଲ୍ଲୀ ଜଫର ବଲିଉଡରେ ମଧ୍ୟ କେତେକ ଫିଲ୍ମରେ ଅଭିନୟ କରିଛନ୍ତି। ପୁଲୱାମା ଆକ୍ରମଣ ପରେ ବଲିଉଡରେ ପାକିସ୍ତାନ କଳାକାରଙ୍କୁ ମଧ୍ୟ ବ୍ୟାନ କରାଯାଇଛି।

Comment