ଓଡ଼ିଶାଲାଇଭ୍‌ ବ୍ୟୁରୋ

 

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ଥିବା ଚନ୍ଦ୍ରିକା କଳା ବିକାଶ କେନ୍ଦ୍ରର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ବେହେରାଙ୍କ ପୌରହିତ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୋରଡା ନିର୍ବାଚନମଣ୍ଡଳୀର ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟ ଅତିଥି ଏବଂ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କୁନି କୁନି କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା।

୩ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କୃତୀ କଳାକାରମାନଙ୍କୁ ମଧ୍ୟ ପୁରଷ୍କୃତ କରାଯାଇଥିଲ।।

Comment