ଓଡ଼ିଶାଲାଇଭ୍‌ ପଲଟିକାଲ୍ ବ୍ୟୁରୋ

ବିଜେପିରୁ ନିଲମ୍ବିତ ହୋଇଥିଲା ନେତା କୀର୍ତ୍ତି ଆଜାଦ କଂଗ୍ରେସରେ ସାମିଲ ହେବା ପରେ ଦରଭଙ୍ଗାରେ ଏକ ରାଲିରେ ପହଞ୍ଚିଥିଲେ ଯେଉଁଠି ସେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି।

ସେ କିଛି ନେତାଙ୍କ ନାଁ ନେଇ କହିଛନ୍ତି କି ପ୍ରଥମେ ବୁଥ ଲୁଟ୍‌ ହେଉଥିଲା ଏବଂ ୧୯୯୯ ଲୋକସଭା ନିର୍ବାଚନରେ ତାଙ୍କ ଲାଗି ଲୋକେ ବୁଥ ଲୁଟିଥିଲେ। କେବଳ ଏତିକି ନୁହଁ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବାପାଙ୍କ ସମୟରେ ବି ବୁଥ ଲୁଟ ହେଉଥିଲେ।

ଏହାସହିତ ସେ ଆହୁରି କହିଛନ୍ତି କି ମୁଁ ଜନ୍ମରୁ କଂଗ୍ରେସ ଅଟେ। କୀର୍ତ୍ତୀଙ୍କ ଏହି ବୟାନ ପରେ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି। ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି।

Comment