ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଦିନ ଧରି ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ବୁଲୁଥିବା କଲରାପତରିଆ ବାଘ ଶେଷରେ ଧରା ପଡ଼ିଛି। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଛି ଏହି କଲରାପତରିଆ ବାଘ। ବାଘକୁ ଧରିବା ପାଇଁ ବନବିଭାଗ ୭ଟି ଯନ୍ତା ପକାଇଥିଲା। କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଲା ବାଘ।

ରବିବାର ରାତିରେ ବାଘ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିଲା। ଏହାପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବନବିଭାଗର ତିନିଟି ଟିମ୍‌ ବାଘ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଶେଷରେ ମଙ୍ଗଳବାର ରାତି ପାଖାପାଖି ୩.୩୦ ମିନିଟ୍‌ରେ ବିମାନବନ୍ଦର କାର୍ଗୋ ଗେଟ୍‌ ପାଖରୁ ବାଘ ଧରିବାକୁ ସକ୍ଷମ ହୋଇଥିଲେ। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଓୟୁଏଟିର ଭେଟେନାରି ଡାକ୍ତର ଏଥିରେ ସାମିଲ ଥିଲେ।

ବର୍ତ୍ତମାନ ବାଘକୁ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ପ୍ରଥମେ ନନ୍ଦନକାନନ ନେଇ ସୁସ୍ଥ ହେବା ପରେ କଲରାପତରିଆ ବାଘକୁ ଚନ୍ଦକା ଜଙ୍ଗଲରେ ଝଡ଼ାଯାଇଛି। ଏନେଇ ଭୁବନେଶ୍ୱର ସିଟି ଡିଏଫଓ ଅଶୋକ ମିଶ୍ର ସୂଚନା ଦେଇଛନ୍ତି।

Comment