ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ପ୍ରାଇସ,ପ୍ରେସଟିଜ୍‌ ଓ ପେନସନ୍‌ ଦାବିକୁ ନେଇ ଗର୍ଜିବ ନବ ନିର୍ମାଣ କୃଷକ ସଂଗଠନ। ଏହାସହିତ ଆସନ୍ତା ୨୧ରେ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦିଆଯାଇଛି।

ଏ ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନର ଆବାହକ କହିଛନ୍ତି ମାଟ୍ରିକ ପରୀକ୍ଷାରେ କୌଣସି ବାଧା ସୃଷ୍ଟି ହେବନି। ସରକାର ମନାକରିବା ପରେ ବି ବନ୍ଦ ପାଳନରୁ ଓହରିବନି କୃଷକ ସଂଗଠନ ବୋଲି କୁହାଯାଇଛି।

ଆହୁରି ମଧ୍ୟ ସେ କହିଛନ୍ତି,“ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ବାଦ୍‌ ଦିଆଯିବ। ବନ୍ଦ ଯୋଗୁଁ ମାଟ୍ରିକ ପରୀକ୍ଷା ପରିଚାଳନାରେ କୌଣସି ଅସୁବିଧା ହେବ ନାହିଁ। ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀ ମାନେ ଯେମିତି ଅସୁବିଧାରେ ନପଡ଼ିବେ ସେଥିଲାଗି କର୍ମୀମାନଙ୍କୁ କୁହାଯାଇଛି।”

ସେପଟେ ଏହି ବନ୍ଦକୁ ବିଜେପି ଯୁବ ମୋର୍ଚ୍ଚାର ସମର୍ଥନ ମିଳିଛି। ଏ ନେଇ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ କହିଛନ୍ତି, “ଚାଷୀ ସନ୍ତ୍ରାସବାଦୀ ନୁହନ୍ତି, ଯେ ନିୟନ୍ତ୍ରଣ ବାହାରକୁ ଚାଲିଯିବେ।ପରୀକ୍ଷା ଦାୟିତ୍ୱ ସରକାରଙ୍କର ଭଲମନ୍ଦ ହେଲେ ସରକାର ବୁଝିବେ। ମାଟ୍ରିକ ପରୀକ୍ଷା ଆଳରେ ଚାଷୀଙ୍କୁ ଧମକାଉଛନ୍ତି ସରକାର। ସରକାର ଚାଷୀଙ୍କୁ ନିର୍ଯାତନା ଦେଉଥିବାରୁ ଆମେ ସମର୍ଥନ କରୁଛୁ।’’

ଗତକାଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଥିବାରୁ ପିଲାଙ୍କ ଭବିଷ୍ୟତ ଲାଗି ଏହି ଆନ୍ଦୋଳନ ଡାକରାରୁ ସଂଗଠନ ଓହରିଆସୁ।

Comment