ଓଡ଼ିଶାଲଇଭ୍‌ ବ୍ୟୁରୋ

ଗତକିଛି ଦିନ ହେବ ଖରାର ପ୍ରକୋପ ସାରାରାଜ୍ୟରେ ବଢ଼ିବାରେ ଲାଗିଛି। ରାତିର ସର୍ବନିମ୍ନ  ତାପମାତ୍ରା ବୃଦ୍ଧି ପାଇବା ସହିତ ଦିନର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ମାଲକାନଗିରିରେ ତାପମାତ୍ରା ବଢ଼ିବାରେ ଲାଗିଛି। ଟାଣ ଖରା ସହିତ ଗରମ ମଧ୍ୟ ଅନୁଭୂତ ହେଉଛି।

ସେପଟେ ପାଣିପାଗ ବିଭାଗର ସୂଚନାନୁସାରେ ଆସନ୍ତା ୩ରୁ୪ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ବଢ଼ିବା ସହିତ ଗରମ ହେବ। ଏହାସହ ୨୩ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

Comment