ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ନିର୍ବାଚନ। ଓଡ଼ିଶାରେ ସ୍ଥିତି ଦୃଢ଼ କରିବାକୁ ଜଣେ ପରେ ଜଣେ ନେତାଙ୍କ ଲାଗିଛି ଧାଡ଼ି। ଏହି କ୍ରମରେ ବୁଧବାର ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଭବାନୀପାଟନାରେ ମା ମାଣିକେଶ୍ୱରୀଙ୍କ ଦର୍ଶନ ପରେ ଲାଲ୍‌ ବାହାଦୂର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସମାବେଶରେ ଉଦବୋଧନ ଦେବେ।

ଏହାପରେ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ। ସେଠାରେ ନାଚୁଣି କଲେଜ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେବେ।

ଆଗକୁ ନିର୍ବାଚନ ଆସୁଥିବା ବେଳେ ଆଦିତ୍ୟନାଥଙ୍କ ଓଡ଼ିଶାଗସ୍ତକୁ ନେଇ ନେତା କର୍ମୀ ଉତ୍ସାହିତ ଅଛନ୍ତି। ସରକାରଙ୍କ ଯୋଜନା କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛି ଓ କେତେ ଲୋକ ଉପକୃତ ହୋଇଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବେ ଯୋଗୀ।

Comment