ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାଇସ୍, ପ୍ରେସଟିଜ୍‌ ଓ ପେନସନ୍‌ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

ନବ ନିର୍ମାଣ କୃଷକ ସଙ୍ଗଠନ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ୩ପି ଅର୍ଥାତ୍‌ ପ୍ରାଇସ୍, ପ୍ରେସଟିଜ୍‌ ଓ ପେନସନ୍‌ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଙ୍ଗଠନ। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ଆନ୍ଦୋଳନ ପରେ ବି ଦାବି ପୂରଣ ନ ହେବାରୁ କୃଷକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଛି। ଭୁବନେଶ୍ୱରରେ ବନ୍ଦର ପ୍ରଭାବ ଆଶିଂକ ରହିଛି। ରେଳ ଚଳାଚଳ ସ୍ୱାଭାବିକ ରହିଛି। ତେବେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋପ ପ୍ରଦର୍ଶନ ବେଳେ ଚାଷୀଙ୍କୁ ଗିରଫ କରିଛି ପୋଲିସ।

ସଂଗଠନର ଚାଷୀମାନେ ଭଦ୍ରକ ସହରର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଭଦ୍ରକରୁ କଟକ, ଭୁବନେଶ୍ୱର ଓ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଅନ୍ୟପଟେ ସ୍କୁଲରେ ପିଲାମାନେ ଷଷ୍ଟ, ସପ୍ତମ, ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ବନ୍ଦର ପ୍ରଭାବ ଏସବୁ ପରୀକ୍ଷା ଉପରେ ପଡ଼ିବ ନାହିଁ ବୋଲି ନବ ନିର୍ମାଣ କୃଷକ ସଂଗଠନର ଆବାହକ ସ୍ପଷ୍ଟ କରାଯାଇଛି।

Comment