ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଜଗତର ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କ ନିଧନ ହୋଇଛି। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ସୂଚନା ଦେଇଛନ୍ତି। ରାଜଶ୍ରୀ ପ୍ରଡକ୍ସନ ହାଉସ୍‌ର ମାଲିକ ସୁରଜ ବଡଜାତ୍ୟାଙ୍କ ପିତା ହେଉଛନ୍ତି ରାଜକୁମାର ବଡଜାତ୍ୟା। ତାଙ୍କ ବିୟୋଗରେ ବଲିଉଡ କଳାକାରମାନେ ଦଃଖ ପ୍ରକାଶ କରିଛନ୍ତି।

ହମ ଆପକେ ହୈ କୌନ, ହମ ସାଥ ସାଥ ହୈ, ବିବାହ, ପ୍ରେମ ରତନ ଧନ ପାଓ ଭଳି ସୁପରହିଟ୍‌ ପାରିବାରିକ ଡ୍ରାମା ଫିଲ୍ମର ନିର୍ମାତା ହେଉଛନ୍ତି ରାଜକୁମାର ବଡଜାତ୍ୟା। ରାଜକୁମାରଙ୍କର ନିଜ ରାଜଶ୍ରୀ ପ୍ରଡକ୍ସନ ହାଉସ୍‌ ମଧ୍ୟ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳୀ ଦେଇଛି।

ମୁମ୍ବାଇ ସ୍ଥିତ ଏ.ଏନ ରିଲାଏନ୍ସରେ ମଙ୍ଗଳବାର ରାଜକୁମାର ବଡଜାତ୍ୟାଙ୍କ ନିଧନ ହୋଇଥିଲା। ୮୦ ଦଶକର ପ୍ରଖ୍ୟାତ ସିନେ ନିର୍ମାତା ଥିଲେ ରାଜକୁମାର ବଡଜାତ୍ୟା। ରାଜକୁମାରଙ୍କ ଦ୍ୱାରା ପ୍ରଡ୍ୟୁସ କରାଯାଇଥିବା ଶେଷ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ହେଉଛି ‘ହମ ଚାର’। ତାଙ୍କୁ ଫିଲ୍ମ ଫେୟାର ପୁସ୍ତକରେ ସମ୍ମାନିତ କରାଯାଇ ସାରିଛି।

କୁହାଯାଏ କି, ବଲିଉଡ ଦବଙ୍ଗ ସଲମାନ ଖାନ୍‌ଙ୍କୁ ସୁପରଷ୍ଟାର ବନାଇଥିବା ଲୋକ ହେଉଛନ୍ତି ରାଜକୁମାର ବଡଜାତ୍ୟା। ତାଙ୍କ ନିର୍ମିତ ହମ ଆପକେ ହୈ କୌନ, ହମ ସାଥ ସାଥ ହୈ ପିଲ୍ମ ସଲମାନଙ୍କୁ ଲୋକଲୋଚନକୁ ଆଣିଥିଲା।

Comment