ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଗଣଶିକ୍ଷା ସଚିବ କହିଛନ୍ତି,”ଓଡ଼ିଶା ବନ୍ଦରେ ଅସୁବିଧା ହୋଇନାହିଁ, ପ୍ରଶ୍ନପତ୍ର ଠିକରେ ପହଞ୍ଚିଛି। ଆସନ୍ତାକାଲି ୮.୩୦ ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯିବ। ମାଟ୍ରିକ୍‌ ପରୀକ୍ଷା ସରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।”

ଏହାସହିତ ସେ ଆହୁରି କହିଛନ୍ତି ଯେ,”ପରୀକ୍ଷା ଶୃଙ୍ଖଳିତ ପାଇଁ ପୋଲିସ ଡିଜି ତାଙ୍କ ସ୍ତରରେ ପଦକ୍ଷେପ ନେଇଛନ୍ତି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।”

ଆସନ୍ତାକାଲି ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦେଇଥିଲା ଯାହା ପରେ ମାଟ୍ରିକ୍‌ ପରୀକ୍ଷା ଉପରେ ବନ୍ଦର ପ୍ରଭାବ ପଡ଼ିବ ବୋଲି କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here