ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସଫଳ ହୋଇଛି ଓଡ଼ିଶା ବନ୍ଦ। ୨୭ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆଜି ଦୋକାନ, ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଲୋକେ ସ୍ୱତଃସ୍ଫୁର୍ତ୍ତ ଭାବେ ବନ୍ଦକୁ ସମର୍ଥନ କରିଥିଲେ”, କହିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର।

ଚାଷୀମାନଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା।

ବନ୍ଦ ପାଳନରୁ ଓହରିଯିବା ପାଇଁ ରାଜ୍ୟ ସରକାର ନବ ନିର୍ମାଣ କୃଷକ ସଙ୍ଗଠନକୁ ଅନୁରୋଧ କରିଥିଲେ। ହେଲେ ନିଜ ଜିଦ୍‌ରେ ଅଟଳ ରହିଥିଲା ସଙ୍ଗଠନ।

“ପ୍ରାଇସ୍‌, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ କରୁଛି। କିନ୍ତୁ ସରକାର ଦାବି ଶୁଣୁ ନାହାନ୍ତି। ଏଥର ଯଦି ଚାଷୀଙ୍କୁ ନ୍ୟାୟ ନମିଳେ ଆନ୍ଦୋଳନ ଆଗକୁ ଜୋରଦାର ହେବ”, କହିଛନ୍ତି ଅକ୍ଷୟ କୁମାର।

LEAVE A REPLY

Please enter your comment!
Please enter your name here