ଓଡ଼ିଶାଲଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଶୋ’ ନିର୍ମାତା ଏକତା କପୁରଙ୍କ କହିବା ଅନୁାସାରେ ସ୍ୱାଧୀନ ଚିନ୍ତାଧାରର ମହିଳାଙ୍କୁ ଭଲପାଇବା ସହଜ ହୋଇଥାଏ। ମାତ୍ର ସେମାନଙ୍କୁ ଭଲପାଇବା ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଏହା ୱେବ ସିରିଜ୍‌ ‘କହନେ କୋ ହମସଫର ହୈ୨’ରେ ଦର୍ଶାଯାଇଛି।

ନିକଟରେ ସୋରଗେସି ମା ବନିଥିବା ଏକତା କପୁର, ଲେଖିକା ଓ ସାମ୍ବାଦିକ ଅନୁପମା ଚୋପ୍ରାଙ୍କ ସହିତ ନିଜ କାମ ଓ ବ୍ୟକ୍ତିଗତ ଜୀବନକୁ ନେଇ କଥା ହୋଇଥିଲେ। ଏହି ଆଲୋଚନାରେ ‘କହନେ କୋ ହମସଫର ହୈ୨’ର କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ।

ସେ କହିଛନ୍ତି କିପରି ସ୍ୱାଧୀନ ବିଚାରଧାରାର ଝିଅଙ୍କୁ ଭଲପାଇବା ସହଜ କିନ୍ତୁ ବିବାହ କରିବା କଷ୍ଟ ତାହା ‘କହନେ କୋ ହମସଫର ହୈ୨’ରେ ଦର୍ଶାଯାଇଛି। ଏଥିରେ ଦେଖିବାକୁ ମିଳିବକି କେମିତି ହୃହୟ ଯାହା ଚାହିଁଥାଏ ତାହାକୁ ନିଜର କରାଯାଇଥାଏ, ମାତ୍ର ସେ କଣ ଏଥିରେ ଖୁସିରେ ରହିପାରିବେ? ଏକତାଙ୍କ ଅନୁସାରେ ଏହି ସିରିଜ୍‌ରେ  ଦେଖିବାକୁ ମିଳିବ କେମିତି ଏକ ପରିପକ୍ୱ ସମ୍ପର୍କରେ ଜଟିଳତା ଆସିଥାଏ। ଏହି ସିରିଜ୍‌କୁ ନେଇ ଏକତା ଓ ତାଙ୍କ ଟିମ୍‌ ଆଶାବାଦୀ ଅଟନ୍ତି।

Comment