ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ନବ ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଆଜି ଓଡ଼ିଶା ଆସୁଛନ୍ତି। ସେ ଶୁକ୍ରବାର ଓଡ଼ିଶା ଆସୁଥିଲାବେଳେ ଶନିବାର ପୁରୀ ଗସ୍ତ କରିବେ।

ଏହି ଦୁଇଦିନିଆ ଗସ୍ତରେ ଶ୍ରୀମନ୍ଦିର ସ୍ୱଚ୍ଛତା ଓ ପରିମଳକୁ ନେଇ କେଉଁ ବ୍ୟବସ୍ଥା କରାଯାଇଛି, ଗହଳି ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା,  ଧାଡ଼ି ବ୍ୟବସ୍ଥା ଉପରେ ମଧ୍ୟ ଆମିକସ୍‌ କ୍ୟୁରି ଅନୁଧ୍ୟାନ କରିବେ।

ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବରେ ଆମିକସ୍‌ କ୍ୟୁରିଙ୍କ ନିକଟରେ ମତ ରଖିପାରନ୍ତି ସେବାୟତ।

ତେବେ ଫେବ୍ରୁଆରି ୨୭ରେ ସୁପ୍ରିମକୋର୍ଟରେ  ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାକୁ ଥିଲାବେଳେ ଆମିକସ୍ କ୍ୟୁରିଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

Comment