ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ’ ସେଲଟର ହୋମର ମୁଖ୍ୟ ଫୟାଜ୍‌ ରେହମାନ ଓରଫ ଡାଡିଙ୍କୁ ମିଳିଲାନି ଜାମିନ୍‌।

ଢେଙ୍କାନାଳ ବେଲଟିକିରି ସେଲଟର ହୋମ ମାମଲାରେ ଗିରଫ ହୋଇଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ୍ ଖାରଜ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ଉଦିତ୍‌ କୁମାର ଲିମାଙ୍କ ଜାମିନ୍‌ ଆବେଦନ ମଧ୍ୟ ଖାରଜ କରାଯାଇଛି। ତଦନ୍ତ ପ୍ରକ୍ରିୟା ପ୍ରଭାବିତ ଆଶଙ୍କାରେ ଦୁହିଁଙ୍କ ଜାମିନ୍‌ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ।

ବେଲଟିକିରିସ୍ଥିତ ସେଲଟର ହୋମରେ ଫୟାଜ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଫୟାଜଙ୍କୁ ଗିରଫ କରିଥିଲା ପୋଲିସ। ଏହା ପୂର୍ବରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଫୟାଜଙ୍କ ଜାମିନ୍‌ ଆବେଦନକୁ ଦୁଇ ଥର ଖାରଜ କରିଥିଲେ। ଯାହାଫଳରେ ଫୟାଜଙ୍କ ପାଇଁ ଲଢ଼ୁଥିବା ଓକିଲ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ବି ଫୟାଜଙ୍କ ଜାମିନ୍‌ ଖାରଜ କରିଥିଲେ।

ଖାଲି ସେତିକି ନୁହେଁ, ଏଠାରେ ଧର୍ମାନ୍ତରୀକରଣ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା। ଗୋ ନ୍ୟୁଜ ଇଣ୍ଡିଆ ପକ୍ଷରୁ ସାରା ରାଜ୍ୟରେ ପରିଚାଳିତ ହେଉଥିବା ୨୬ଟି ସେଲଟର ହୋମକୁ ସରକାର ବନ୍ଦ କରିଛନ୍ତି।

Comment