ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା। କିନ୍ତୁ ଆରମ୍ଭରୁ ହିଁ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ପରୀକ୍ଷା ସରିବା ପୂର୍ବରୁ ବାହାରେ ପ୍ରଶ୍ନପତ୍ର ବୁଲୁଥିବା ସୂଚନା ମିଳିଛି। ଆଜି ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହୋଇଛି। ନୂଆପଡ଼ା ଜିଲ୍ଲାରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି।

ମାତୃଭାଷା ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

“ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କଡ଼ା ସୁରକ୍ଷା ବଳରେ ପ୍ରଶ୍ନପତ୍ର ରଖାଯାଇଥିଲା। ଏମିତି କିଛି ହୋଇ ନାହିଁ”,  କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର।

ଏହି ପ୍ରଶ୍ନପତ୍ର ଭାଇରାଲ ଢେଙ୍କାନାଳ କାମାକ୍ଷା ନଗରରେ ମଧ୍ୟ ହୋଇଛି।

ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ୱେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment