ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ କୋରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶ୍ୱଶାନ୍ତିରେ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ହେଲେ ମୋଦି। ବିଶ୍ୱର ୧୪ତମ ବ୍ୟକ୍ତି ଭାବେ ମୋଦି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏହି ପୁରସ୍କାରକୁ ଭାରତୀୟଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି ମୋଦି ଦକ୍ଷିଣ କୋରିଆରେ ତାଙ୍କ ଉଦବୋଧନରେ କହିଛନ୍ତି। ୨ ହଜାର ଡଲାର ଅର୍ଥରାଶିକୁ ସେ ନମାମି ଗଙ୍ଗେକୁ ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆରେ ଦ୍ୱିତୀୟ ଦିନରେ ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସେ ଦକ୍ଷିଣ କୋରିଆ ରାଷ୍ଟପ୍ରତି ମୁନ ଜେ ଇନଙ୍କୁ ସାକ୍ଷାତ କରିଥିଲେ।

ପୁଲୱାମା ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତକୁ ଦକ୍ଷିଣ କୋରିଆଠୁ ସମର୍ଥନ ମିଳିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଏହି ଘଟଣାକୁ ନିନ୍ଦା କରିଛନ୍ତି।

Comment