ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ଭାରତ ଆକ୍ସନ ମୁଡରେ ପଦକ୍ଷେପ ଗ୍ରହଣ କରିଛି। ଶନିବାର ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ୧୦୦ଟି ଅତିରିକ୍ତ ପାରାମିଲିଟାରୀ କମ୍ପାନି ମୁତୟନ କରାଯାଇଛି।

ଗୃହ ବିଭାଗର ଜରୁରୀ ନୋଟିସ୍‌ ପରେ ବିମାନ ଯୋଗେ କଶ୍ମୀରରେ ପହଞ୍ଚିଛନ୍ତି ଫୋର୍ସ। କେଉଁ କାରଣରୁ ଏତେ ସଂଖ୍ୟକ ଫୋର୍ସ ସେଠାରେ ମୁତୟନ କରାଯାଇଛି ଗୃହ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିନାହିଁ। ତେବେ ପାକ୍‌ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠନ ବା ଅପରେସନ ଭାରତ କରିବ ବୋଲି ଅନୁମାନ କରାଯାଉଛି।

ମୁତୟନ ହୋଇଥିବା ଫୋର୍ସମାନଙ୍କ ମଧ୍ୟରେ ସିଆରପିଏଫ୍‌ର ୪୫ କମ୍ପାନି, ବିଏସ୍‌ଏଫ୍‌ର ୩୫ କମ୍ପାନି, ଏସ୍‌ଏସ୍‌ବି ୧୦ଟି କମ୍ପାନି, ଆଇଟିବିପିର ୧୦ ଟି କମ୍ପାନି ରହିଛନ୍ତି।

Comment