ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ୱେତା ତିୱାରୀ ନିଜର ଅଭିନୟ ଲାଗି ଘରେ ଘରେ ପରିଚିତ। ଶ୍ୱେତା ଶେଷଥର ଲାଗି ୨୦୧୬ରେ ଟିଭି ସିରିୟଲ ‘ବେଗୁ ସରାଇ’ରେ ନଜର ଆସିଥିଲେ। ଏହି ସିରିୟଲରେ ଶିବାଙ୍ଗୀ ଯୋଷୀ ବି ନଜର ଆସିଥିଲେ। ସେହି ବର୍ଷ ନଭେମ୍ବରରେ ଶ୍ୱେତା ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ ଆଉ ତାପରେ ସେ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଥିଲେ।

ମାତ୍ର ଏବେ ଶ୍ୱେତାଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର ଅଛି କାରଣ ସେ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ୱେତା ଏବେ ଡିଜିଟାଲ ଦୁନିଆରେ ନିଜର ଆଉ ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି।

ଖବର ଅନୁସାରେ ଶ୍ୱେତା ଏକାତା କପୁରଙ୍କ ଡିଜିଟାଲ୍‌ ପ୍ଲାଟଫର୍ମ ଆଲର୍ଟ ବାଲାଜୀରେ ଟୋନୀ ସିଂ ଓ ଦୀଆ ସିଂଙ୍କ ଆସିବାକୁ ଥିବା ୱେବ ସରିଜ୍‌ ପାଇଁ ସାଇନ କରିଛନ୍ତି।

ସୂଚନାନୁସାରେ ‘ହମ୍ ତୁମ୍‌ ଓ ଦେମ୍‌’ ଟାଇଟଲ ୱେବ ସରିଜ୍‌ ଏକ ଫ୍ୟାମିଲ୍‌ ଡ୍ରାମା ଅଟେ। ଯେଉଁଥିରେ ଶ୍ୱେତା ତିୱାରୀ ନଜର ଆସିବେ। ଶ୍ୱେତା ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଆଶାବାଦୀ ଅଛନ୍ତି।

Comment