ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ଶନିବାର ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରଞ୍ଜିତ କୁମାର। ଏହାପରେ ଶ୍ରମନ୍ଦିର ସଂସ୍କାର ନେଇ ମନ୍ଦିରରେ ଅନୁଧ୍ୟାନ କରିବା ସହିତ ସେବାୟତଙ୍କ ସହ ଆଲୋଚନା କରିବେ।

ଏହାପରେ ଶ୍ରୀମନ୍ଦର ପରିଚାଳନା କମିଟି ଓ ଛତଶା ନିଯୋଗଙ୍କ ସହ ଆଲୋଚନା କରିବେ ଆମିକସ୍‌ କ୍ୟୁରି। ଶ୍ରୀମନ୍ଦିର ସ୍ୱଚ୍ଛତା ଓ ପରିମଳକୁ ନେଇ କେଉଁ ବ୍ୟବସ୍ଥା କରାଯାଇଛି, ଗହଳି ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ଉପରେ ମଧ୍ୟ ଆମିକସ୍‌ କ୍ୟୁରି ଅନୁଧ୍ୟାନ କରିବେ।

ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବରେ ଆମିକସ୍‌ କ୍ୟୁରିଙ୍କ ନିକଟରେ ମତ ରଖିପାରନ୍ତି ସେବାୟତ। ତେବେ ଫେବ୍ରୁଆରି ୨୭ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ।

ଶ୍ରୀମନ୍ଦିରରେ ଆମିକସ୍‌ କ୍ୟୁରି ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାସ ତାଙ୍କୁ ସ୍ଵାଗତ ଜଣାଇଥିଲେ।

 

Comment