ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବ୍ଲକବଷ୍ଟର ଫିଲ୍ମ ‘ମୈନେ ପ୍ୟାର କିୟା’ ଅଭିନେତ୍ରୀ ଭାଗ୍ୟଶ୍ରୀ ପଟବର୍ଦ୍ଧନ ଆଜି ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି। ମୈନେ ପ୍ୟାର କିୟା ଭଳି ହିଟ ଫିଲ୍ମରେ କାମ କରି ବଲିଉଡରେ ପରିଚୟ କରିଥିବା ଏହି ଅଭିନେତ୍ରୀ ଏବେ ଅଭିନୟରୁ ଦୂରେଇ ରହିଛନ୍ତି। ୧୯୬୯ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଏହି ଅଭିନେତ୍ରୀ।

ଫିଲ୍ମ ହିଟ୍‌ ହେଉଥିବା ସମୟରେ ଏହି ଅଭନେତ୍ରୀ ଜଣକ ବିବାହ କରିନେଇଥିବାରୁ ଫିଲ୍ମରୁ ଦୂରେଇ ରହିଥିବା କୁହଯାଉଛି। ବଲିଉଡରେ ବେଶୀ ଫିଲ୍ମରେ କାମ କରିନାହାନ୍ତି ଭାଗ୍ୟଶ୍ରୀ।  ହେଲେ ସଲାମାନ ଖାନଙ୍କ ବିପକ୍ଷରେ ସୁପରହିଟ ଫିଲ୍ମ ମୈନେ ପ୍ୟାର କିୟା ନାୟିକା ଭୂମିକାରେ ଅଭିନୟ କରିରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଏହି ଅଭିନେତ୍ରୀ। ଏହି ଫିଲ୍ମରେ ଭାଗ୍ୟଶ୍ରୀଙ୍କୁ ୧ ଲକ୍ଷ ଟଙ୍କା ମିଳିଥିଲାବେଳେ ସଲମାନଙ୍କୁ ମିଳିଥିଲା ମାତ୍ର ୩୦ ହଜାର ଟଙ୍କା।

ଭାଗ୍ୟଶ୍ରୀ ପ୍ରଥମେ ଟିଭି ସିରିଏଲରୁ ହିଁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ‘କଚି ଧୂପ’ ସିରିଏଲରେ ସେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ସେ ବିଭିନ୍ନ ସିରିଏଲରେ ଅଭିନୟ କରିବାର ସୁଯୋଗ ପାଇଥିଲେ।। ଏହାବ୍ୟତୀତ କେତେକ  କେତେକ ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଥିଲେ।

ବିବାହ ପରେ ମାତ୍ର ଦୁଇ ତିନିଟି ଫିଲ୍ମରେ ଅଭିନୟ କରିଛନ୍ତି ଭାଗ୍ୟଶ୍ରୀ।