ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ମାଟ୍ରିକ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡା ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକଙ୍କୁ ବୋଡେନ ପୋଲିସ ଗିରଫ କରିଛି।

ଏହି ଘଟଣାରେ ଦୁଇ ପରୀକ୍ଷା ସୁପରିଟେଣ୍ଡେଣ୍ଟ ଓ ତିନି ଇନଭିଜିଲେଟରଙ୍କୁ ବୋଡେନ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ଉକ୍ତ ପାଞ୍ଚ ଜଣଙ୍କୁ  ନୂଆପଡା ଏସପି ସ୍ମିତ ପି ପରମାରଙ୍କ ନିର୍ଦେଶକ୍ରମେ ବୋଡେନ ପୋଲିସ ଗିରଫ କରିଛି।

ଗିରଫ ଶିକ୍ଷକ ମାନେ ହେଲେ କରଙ୍ଗାମାଲ ହାଇସ୍କୁଲର ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ପତି, ଇନଭିଜିଲେଟର ମୁକୁନ୍ଦ ଶବର, ବିଘ୍ନରାଜ ସୂପକାର ଓ ଲିଟିସର୍ଗୀ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ  ସୁଶିଲ ଯୋଶୀ ଓ ଇନଭିଜିଲେଟର ଅର୍ଜୁନ ଜୟ ପଣ୍ଡା।

Comment