ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆ ମୋଡ଼ରେ ଦେଖାଦେଇଛି। ଶନିବାର ଶୁଦ୍ଧା ମୋଟ ୧୧ ଜଣ ଶିକ୍ଷକ ସସ୍‌ପେଣ୍ଡ ହୋଇଛନ୍ତି। ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେହିପରି ବିଶୃଙ୍ଖଳିତ ଆଚରଣ ପାଇଁ ୪ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ନିବୃତ କରାଯାଇଛି।

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ା ଜିଲ୍ଲାର ୫ ଜଣ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ୨ ଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସେହିପରି ଜଗତସିଂହପୁରର ୨ ଜଣ ଓ ଢ଼େଙ୍କାନାଳ ଜିଲ୍ଲାର ୨ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ଅନ୍ୟପଟେ ସମ୍ବେଦନଶୀଳ କେନ୍ଦ୍ରବଗୁଡ଼ିକରେ ୧୪୪ ଧାରା ଜାରି ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୋମବାରଠାରୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ କଟକଣା କରାଯାଇଛି। ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ନିର୍ଦ୍ଦେଶକ ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି।

Comment