ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ସାହିତ୍ୟ ଘରର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶାମାଖୁଣ୍ଟା ପରି ଏକ ସବୁଜ ବନାନୀ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଇଂରାଜି ଭାଷା ଭିତ୍ତିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀମାନେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଆଗ୍ରହ ପ୍ରକାଶ କରିବା ବାସ୍ତବିକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲା।
ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାଶଙ୍କ ପୈାରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ସୁଭଶ୍ରୀ ଲେଙ୍କାଙ୍କ ସମେତ ଅଧ୍ୟାପକ ସମରେନ୍ଦ୍ର ବସା ସାହିତ୍ୟିକ ବୃନ୍ଦାବନ ଦାଶ, ସାହିତ୍ୟିକ ଅମିତାଭ ମିଶ୍ର, କବିୟତ୍ରୀ ଲିପିକା ବେହେରା ପ୍ରମୁଖ ଯୋଗଦେଇ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ପରେ ପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍ୱଲିଖିତ କବିତା ପାଠ କରି ନିଜର ପ୍ରତିଭାର ପରିଚୟ ଦେବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟତା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଚନ୍ଦ୍ରିକା ଉନ୍ମୋଚନ କରାଯାଇଥିଲା।