ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ପାଖାପାଖି ୫୦ରୁ ଅଧିକ ୱେବସାଇଟ୍‌ ହ୍ୟାକ୍‌ ହେବାର ଖବର ସାମ୍ନାକୁ ଆସିଛି। ଶନିବାର ଓଡ଼ିଶା ପ୍ରଶାସନିକ ବିଭାଗ ଓଏଏସ୍‌ ଆସୋସିଏସନ୍‌, ଶ୍ରୀମନ୍ଦିର ଦଇତାପତି ନିଯୋଗ, କିଛି ସରକାରୀ କଲେଜ ଓ ଅଫିସ୍‌ର ୱେବସାଇଟ୍‌ ହ୍ୟାକ୍‌ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ହ୍ୟାକର୍‌ର ପରିଚୟ ମିଳିପାରିନାହିଁ। ହ୍ୟାକ୍‌ କରାଯାଇଥିବା ସମସ୍ତ ୱେବସାଇଟ୍‌ରେ ‘ମ୍ୟାଡ ଟାଇଗର’ ବୋଲି ଲେଖା ଦେଖାଦେଇଛି।

ହ୍ୟାକର୍‌ମାନଙ୍କ ଏକ ଗୋଷ୍ଠି ଏହି ଘଟଣାରେ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏମାନେ ‘ମ୍ୟାଡ ଟାଇଗର’ ନାଁରେ ହିଁ ରାଜ୍ୟର ଓଏଏସ୍‌ ଆସୋସିଏସନ୍‌, ଶ୍ରୀମନ୍ଦିର ଦଇତାପତି ନିଯୋଗ, ହିନ୍ଦୋଳ କଲେଜ, ବାଲୁଗାଁ କଲେଜ, ସାଲେପୁର କଲେଜର ଅଫିସିଆଲ ୱେବସାଇଟ୍‌କୁ ହ୍ୟାକ୍‌ କରିଛନ୍ତି।

ଗୋଟିଏ ଦିନରେ ରାଜ୍ୟର ଏକାଧିକ ୱେବସାଇଟ୍‌କୁ ହ୍ୟାକ୍‌ କରିବା ପଛରେ ଏକ ବଡ଼ ସାଇବର ଆଟାକ୍‌ର ଉଦ୍ଦେଶ୍ୟ ଥାଇପାରେ ବୋଲି କୁହାଯାଉଛି।

Comment