ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ତ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାରେ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ଶ୍ରମିକ ବୋଲି ଜଣାପଡ଼ିଛି।

ମୃତକଙ୍କ ପରିଚୟ ମିଳିଛି ସେମାନେ ହେଉଛନ୍ତି କୋଡ଼ପଡ଼ା ଗାଁର ନେଡୁ ମହାରଣା ଓ ତାଙ୍କ ସମ୍ପର୍କୀୟ ଯାହାଙ୍କ ପରିଚୟ ମିଳିପାରିନାହିଁ।

ଦୁର୍ଘଟଣାପରେ ସଙ୍ଗେ ସଙ୍ଗେ ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ସେମାନେ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ଲାଗି ହସ୍ପିଟାଲକୁ ପଠାଇଛନ୍ତି। କେଉଁ କାରଣ ପାଇଁ ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comment