ଓଡ଼ିଶା ଲାଇଭ୍‌ ବ୍ୟୁରୋ

ଜାନୁଆରି ୧୫ରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ପବିତ୍ର କୁମ୍ଭମେଳା। ଏହି ପବିତ୍ର ମେଳା ଉତ୍ତରପ୍ରଦେଶର ପ୍ରାୟାଗରାଜଠାରେ ଅନୁଷ୍ଠିତ ହେଉଛି। ମେଳା ଅବସରରେ ଅନେକ ଶ୍ରଦ୍ଧାଳୁ ସଙ୍ଗମଠାରେ ବୁଡ଼ ପକାଇଛନ୍ତି।

ତେବେ ନେତାମାନଙ୍କଠାରେ ମଧ୍ୟ କୁମ୍ଭମେଳାର ପ୍ରଭାବ ଦେଖିବାକୁ ପଡ଼ିଛି। ମେଳା ଆରମ୍ଭ ଦିନରୁ ଅନେକ ନେତା ମନ୍ତ୍ରୀ କୁମ୍ଭମେଳାରେ ସଙ୍ଗମରେ ବୁଡ଼ ପକାଇଛନ୍ତି। ଫେବ୍ରୁଆରି ୨୪ରେ ପ୍ରଧାମନ୍ତ୍ରୀ ମୋଦି ସଙ୍ଗମରେ ବୁଡ଼ ପକାଇଛନ୍ତି। ମୋଦିଙ୍କ ପୂର୍ବରୁ ଅନ୍ୟ ନେତା ମନ୍ତ୍ରୀ ବି ଏଥିରେ ସାମିଲ ହୋଇଛନ୍ତି।

କୁମ୍ଭମେଳାର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସଙ୍ଗମରେ ବୁଡ଼ ପକାଇଥିଲେ ଏବଂ ପୂଜାର୍ଚ୍ଚନା କରିଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି। ଯୋଗୀଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ବୁଡ଼ ପକାଇଥିଲେ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କୁମ୍ଭମେଳା ଅବସରରେ ସଙ୍ଗମରେ ବୁଡ଼ ପକାଇଥିଲେ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଠାରେ ବୁଡ଼ ପକାଇଛନ୍ତି।

ତେବେ ମାର୍ଚ୍ଚ ୪ ମହାଶିବରାତ୍ରି ଅବସରରେ କୁମ୍ମରେ ଶେଷ ସ୍ନାନ କାର୍ଯ୍ୟକ୍ରମ ହେବ।

Comment