ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ଗୋରଖପୁରରେ ପିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ଆନୁଷ୍ଠାନିକ ଭାବେ ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ। ପ୍ରଥମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା। ଯୋଜନା ଅନୁସାରେ ବର୍ଷକୁ ଜଣେ ଯୋଗ୍ୟ ଚାଷୀ ୬ ହଜାର ଟଙ୍କା ପାଇବେ। ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରଦାନ କରିବେ।

ରବିବାର ଗୋରଖପୁରରେ ରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗ ଦେଇ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ଚାଷୀଙ୍କ ସହିତ କଥା ହୋଇଛନ୍ତି। କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡ଼ିଶା ଚାଷୀଙ୍କ ସହ କଥା ହୋଇଛନ୍ତି ମୋଦି।

ପିଏମ୍‌ କିଷନ ସମ୍ମାନନିଧି ଶୁଭାରମ୍ଭ ଅବସରରେ ମୋଦିଙ୍କ ଅଭିଭାଷଣ

ଜୟ ଯବାନ, ଜୟ କିଷାନରୁ ଅଭିଭାଷଣ ଆରମ୍ଭ କରିଛନ୍ତି ମୋଦି।

  • ଆଜିର ଅଭିଭାଷଣରେ ମତ୍ସ୍ୟ, ପଶୁପାଳନ, କୃଷି ଆଦି କ୍ଷେତ୍ର ପାଇଁ କିଷାନ କାର୍ଡ ମିଳିବ କହିଛନ୍ତି ମୋଦି।
  •  କୃଷକଙ୍କ ସଶକ୍ତ କରିବା ପାଇଁ ସରକାର କାର୍ଯ୍ୟ କରିବ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣ କରିବାକୁ ଲକ୍ଷ।
  • ପିଏମ୍‌ କିଷାନ ସମ୍ମାନନିଧି ଯୋଜନା ପାଇଁ ତାଲିକା ମାଗିଛନ୍ତି ମୋଦି। କିଛି ରାଜ୍ୟ ତାଲିକା ଦେଇଥିବାରୁ ପ୍ରଂଶସା କରିଛନ୍ତି ।
  • କିଛି ରାଜ୍ୟରେ ବିରୋଧୀ ଦଳ ସରକାର ଥିଲେ ମଧ୍ୟ କୃଷକ ସମସ୍ତଙ୍କର।

Comment