ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଇଂରାଜୀ ପରୀକ୍ଷା ଦେଇଛନ୍ତି ପାଖାପାଖି ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ମାତ୍ର ପରୀକ୍ଷା ଆରମ୍ଭର ମାତ୍ର ୧୫ମିନିଟ୍‌ ପରେ ସେଟ୍‌(ଏ)ର ପ୍ରଶ୍ନ ଭାଇରାଲ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା।

ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ଆସିଛି। ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ ଏ ନେଇ ମନ୍ତବ୍ୟ ରଖିଛନ୍ତି।

ସେ କହିଛନ୍ତି, “ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ମାତ୍ର ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହ ସମାନ ନାହିଁ। ତେଣୁ ପ୍ରଶ୍ନପତ୍ର ଭାଇରାଲ ହୋଇନଥିବା ସ୍ପଷ୍ଟ ହୋଇଛି। ଏହା କିଛି ଲୋକଙ୍କ ବଦମାସୀ।” ଏହାସହ ପରୀକ୍ଷାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି।

ବଲାଙ୍ଗିରରେ ଇଂରାଜୀ ପ୍ରଶ୍ନପତ୍ର ମୋବାଇଲରେ ଭାଇରାଲ ହୋଇଥିବା ଖବର ଆସିଥିଲା। ଯାହାପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ନେଇ ସାମାନ୍ୟ ଆଶଙ୍କା ପ୍ରକାଶ କରିଥିଲେ।

Comment