ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବକ୍ସ ଅଫିସ୍‌ରେ କମାଲ କରୁଛି ମଲ୍ଟି ଷ୍ଟାର କାଷ୍ଟରେ ନିର୍ମିତ କମେଡି ଆଡଭେଞ୍ଚରିଅସ୍‌ ଫିଲ୍ମ ‘ଟୋଟାଲ ଧମାଲ’। ଏ ପର୍ଯ୍ୟନ୍ତ ଫିଲ୍ମଟି ୫୦ କୋଟି କ୍ଲବରେ ସାମିଲ ହୋଇସାରିଲାଣି। ରିଲିଜ ହେବାର ତୃତୀୟ ଦିନ ଶୁଦ୍ଧା ଫିଲ୍ମ ୬୨.୪୦ କୋଟି ଟଙ୍କା ବ୍ୟବସାୟ କରିଛି। ଏନେଇ ଟ୍ରେଡ ଆନାଲିଷ୍ଟ ତଥା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶଙ୍କ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ତରଣ ଆଦର୍ଶଙ୍କ ମୁତାବକ, ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜର ପ୍ରଥମ ଦିନ ଶୁକ୍ରବାରରେ ୧୬.୪୦ କୋଟି ଟଙ୍କାର ବ୍ୟବସାୟ କରିଛି। ସେହିଭଳି ଶନିବାର ଦିନ ୨୦.୪୦ କୋଟି ଟଙ୍କା ଆୟ କରିଥିବା ବେଳେ ରବିବାର ଶୁଦ୍ଧା ୨୫.୫୦ କୋଟି ବ୍ୟବସାୟ କରିଛି। ତିନି ଦିନକୁ ମିଶାଇ ମୋଟ ୬୨.୪୦ କୋଟି ଟଙ୍କା ବ୍ୟବସାୟ କରିସାରିଲାଣି ଫିଲ୍ମ ‘ଟୋଟାଲ ଧମାଲ’। ଏଭଳି ରହିଲେ ଖୁବ୍‌ ଶୀଘ୍ର ‘ଟୋଟାଲ ଧମାଲ’ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ତରଣ ଆଦର୍ଶ କହିଛନ୍ତି।

ନବେ ଦଶକର ହିଟ ଜୋଡ଼ି ଅନିଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ଏହି ଫିଲ୍ମରେ ଦେଖିବାକୁ ମିଳିଛି। ସେହିପରି ଏଥିରେ ଅଜୟ ଦେଭଗନ, ଅରଶଦ ୱାର୍ସି, ରିତେଶ ଦେଶମୁଖ୍‌, ଜାବେଦ ଜାଫରୀ, ସଞ୍ଜୟ ମିଶ୍ର, ବୋମନ ଇରାନୀ, ଈଶା ଗୁପ୍ତା ଆଦି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଧମାଲ ଫ୍ରାନାଚାଇଜର ତୃତୀୟ ଫିଲ୍ମ।

Comment