ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଶୁଣିବାକୁ ମିଳିଥାଏ କି ନିର୍ବାଚନ ପୂର୍ବରୁ ଅଭିନେତା କିମ୍ବା ସେଲିବ୍ରିଟି କୌଣସି ନା କୌଣସି ଦଳରେ ସାମିଲ ହୋଇଥାନ୍ତି। କିନ୍ତୁ ନିକଟରେ ଦେଶର ପ୍ରଥମ ମିସ୍‌ ଟ୍ରାନ୍ସ କୁଇନ୍‌ ବୀଣା ସେନ୍ଦ୍ରେ କଂଗ୍ରେସରେ ସାମିଲ ହୋଇଛନ୍ତି। ବୀଣା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ବୀଣା ଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେବାକୁ ଥିବା ଏକ ପ୍ରତିଯୋଗୀତାରେ ଭାଗ ନେବାକୁ ଯିବା ଆଗରୁ ରାଜନୀତକୁ ଆସିବାକୁ ଇଛାପ୍ରକାଶ କରିଥିଲେ। ଯାହା ପରେ ସେ କଂଗ୍ରେସର ହାତ ଧରିଛନ୍ତି।

କଂଗ୍ରେସରେ ସାମିଲ ହେବାପରେ ବୀଣା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ଭୂପେଶ ଭାଘେଲ ସବୁବେଳେ ଡାଉନ ଟୁ ଆର୍ଥ ମଣିଷ।

ଏହା ସହିତ ସେ ଆଗକୁ ମହିଳା ସଶକ୍ତିକରଣ ସହ ନିଜ କମ୍ୟୁନିଟିର ଉନ୍ନତି ଲାଗି କାମ କରିବେ ବୋଲି ଇଛା ରଖିଛନ୍ତି। ସେ ଆହୁରି କହିଛନ୍ତି କି ‘ମୁଁ ଛାହୁଁଛି ଟ୍ରାନ୍ସଜେଣ୍ଡରଙ୍କୁ ସେମାନଙ୍କ ପରିବାର ଗ୍ରହଣ କରୁ।’

ଏହାବ୍ୟତିତ ସେ ଯେଉଁ ପ୍ରତିଯୋଗିତାରେ ଭାଗ ନେବା ଲାଗି ଯାଉଛନ୍ତି ସେଥିଲାଗି ପୂରା ରାଜ୍ୟ ତାଙ୍କୁ ଶୁଭେଛା ଜଣାଉଥିବା ଛତିଶଗଡର ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୀଣା ହେଉଛନ୍ତି ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଯେ ମୁମ୍ବାଇେରେ ହୋଇଥିବା ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜେତା ହୋଇଥିଲେ। ଏହାସହିତ ସେ ପୂର୍ବରୁ ମିସ୍‌ ଛତିଶଗଡର ମୁକୁଟ ମଧ୍ୟ ଜିତିସାରିଛନ୍ତି।

Comment