ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ରାକେଶ ଶର୍ମା। ବର୍ତ୍ତମାନ ରାକେଶ ଶର୍ମାଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଫିଲ୍ମ “ସାରେ ଜାହାଁ ସେ ଆଚ୍ଛା”। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରିବେ ଉରୀ ବୟ ଭିକି କୌଶଲ। ‘ଉରୀ ଦ ସର୍ଜିକଲ ଷ୍ଟ୍ରାଇକ୍‌’ର ସଫଳତା ପରେ ଏହା ହେଉଛି  ଭିକିଙ୍କ ଅଗାମୀ ଫିଲ୍ମ। କିନ୍ତୁ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଯାଏଁ କୌଣସି ସୂଚନା ମିଳିନାହିଁ।

ବର୍ତ୍ତମାନ ମହାକାଶଚାରୀ ଭାବେ ଅନ୍ତରୀକ୍ଷରେ ଉଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଭିକି କୌଶଲ। ଏହି ଫିଲ୍ମରେ ଅଭିନୟ ପାଇଁ ପ୍ରଥମେ ଆମୀର୍‌ ଖାନ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ସେ ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମ ପାଇଁ ଶାହାରୁଖ୍‌ ଖାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଶାହାରୁଖ୍‌ ଏଥିରେ ରାଜି ମଧ୍ୟ ଥିଲେ ହେଲେ ‘ଡନ୍‌-୩’ ପାଇଁ ସେ ଏହି ଫିଲ୍ମକୁ ଛାଡ଼ିଦେଇଥିଲେ। ବର୍ତ୍ତମାନ ଭିକି କୌଶଲ ଏହି ଫିଲ୍ମ ପାଇଁ ଫିଟ୍‌ ବୋଲି ଶୁଣିବାକୁ ମିଳୁଛି।

ଫିଲ୍ମ ନିର୍ମାତା ରନି ସ୍କୃବାଲା ଓ ସିଦ୍ଧାର୍ଥ ରୟ କପୁରଙ୍କ ଦ୍ୱାରା ଫିଲ୍ମ ‘ସାରେ ଜାହାଁ ସେ ଆଚ୍ଛା’ ନିର୍ମାଣ ହେବାକୁ ଯାଉଛି। ଶୁଣିବାକୁ ମିଳୁଛି ଏହି ଫିଲ୍ମ ପାଇଁ ପ୍ରଯୋଜକ ଭିକିଙ୍କୁ ସିଲେକ୍ଟ କରିସାରିଛନ୍ତି ଏବଂ ଭିକି ନିଜ ଭୂମିକା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି। ‘ଉରୀ ଦ ସର୍ଜିକଲ ଷ୍ଟ୍ରାଇକ୍‌’ର ବଡ଼ ସଫଳତା ପରେ ‘ସାରେ ଜାହାଁ ସେ ଆଚ୍ଛା’ ଫିଲ୍ମରେ ଭିକି କିପରି ଦର୍ଶକଙ୍କ ମନକୁ ଛୁଇଁ ପାରୁଛନ୍ତି ତାହା ଆଗକୁ ଜଣାପଡ଼ିବ।

Comment