ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାନ କାର୍ଡର ବ୍ୟବହାର ସବୁ ଜାଗାରେ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ସମସ୍ତ ନାଗରିକଙ୍କ ପାଇଁ ପାନ କାର୍ଡ ଜରୁରୀ ହୋଇଯାଇଛି। ପାନ କାର୍ଡ ବିନା ସରକାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଉଛି। ବ୍ୟାଙ୍କ ହେଉ କି ଅନ୍ୟ ସରକାରୀ ଅନୁଷ୍ଠାନ ହେଉ ପାନ କାର୍ଡ ଲିଙ୍କ ଜରୁରୀ।

ସରକାରଙ୍କ ନିର୍ଦେଶାନୁସାର ଆଧାର କାର୍ଡ ସହ ପାନ ଲିଙ୍କ କରାଇବା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତି ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିନାହାନ୍ତି ତାହେଲେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ପାନ କାର୍ଡକୁ ଆଧାର ସହ ଲିଙ୍କ ନ କରିଲେ ଆୟକର ବିଭାଗ ଦ୍ୱାରା ଆପଣଙ୍କ ପାନ କାର୍ଡକୁ ଇନଭାଲିଡ଼ କରିଦିଆଯିବ। ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ସମୟସୀମା ଧାର୍ଯ୍ୟ ହୋଇଛି। ଯଦି ଏହି ସମୟସୀମା ମଧ୍ୟରେ ପାନ କାର୍ଡକୁ ଆଧାର ସହ ଲିଙ୍କ ନକରନ୍ତି ପାନ କାର୍ଡକୁ ରଦ୍ଦ କରିଦିଆଯିବ।

ସେଣ୍ଟ୍ରାଲ ବୋର୍ଡ ଅଫ ଡ଼ାଇରେକ୍ଟର ଟ୍ୟାକ୍ସ ପାନ ଏବଂ ଆଧାର ଲିଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ପାନ କାର୍ଡକୁ ଆଧାର ସହ ଲିଙ୍କ କରାଇବା ପାଇଁ ଶେଷ ତାରିଖ ୨୦୧୮ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମୟସୀମାକୁ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି।

Comment