ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇ ଏଲଓସିକୁ ପାର କରି ଜୈଶର ଶିବିରକୁ ଧ୍ୱସଂ କରିଛି। ସେନାର ଏହି କାର୍ଯ୍ୟକୁ ନେଇ କ୍ରିକେଟର ବିରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀର ଭାରତୀୟ ବାୟୁସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ବିରେନ୍ଦ୍ର ସେହୱାଗ କହିଛନ୍ତି, “ସେନା ବାସ୍ତବରେ ବହୁତ ଭଲ ପ୍ରଦର୍ଶନ କରିଛି, ସୁଧୁରି ଯାଅ ନହେଲେ ସୁଧାରି ଦେବୁ, ଏୟାର ଷ୍ଟ୍ରାଇକ୍‌।”

ସେପଟେ ବିରେନ୍ଦ୍ରଙ୍କ ସାଥୀ ତଥା ଭରତୀୟ ଟିମ୍‌ର ଓପନର୍‌ ଗୌତମ ଗମ୍ଭୀର ଟୁଇଟ୍‌ କରି କହିଛନ୍ତି, “ଜୟ ହିନ୍ଦ , ଭାରତର ଏୟାର ଷ୍ଟାଇକ୍‌, ପୁଣିଥରେ ଏୟାର ଷ୍ଟାଇକ୍‌।”

ଆଜି ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜେସ ଏ ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

Comment