ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଜାନୁଆରିରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରୁ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରୁ କିଛି ଭୋଟରଙ୍କ ନାମ ବାଦ୍‌ ଦିଆଯାଇଛି। ଓଡ଼ିଶାର ପାଖାପାଖି ୧୨ ଲକ୍ଷ ପରିବାରକୁ ଏହି ସଂଶୋଧିତ ଭୋଟର ତାଲିକାରୁ ବାଦ ଦିଆଯାଇଛି। ତେବେ କାହା ପ୍ରରୋଚନାରେ ଭାରତୀୟ ନିର୍ବାଚନ କମିଶନ ଏଭଳି କାମ କଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ  ଉପସଭାପତି ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, “ନିର୍ବାଚନ ଆୟୋଗ କୌଣସି ଏକ ରାଜନୈତିକ ଦଳର ହାତବାରିସୀ ସାଜି ଏଭଳି କାମ କରିଛନ୍ତି। ନିର୍ବାଚନ କମିଶନ ନିଜ ସାମ୍ବିଧାନିକ ଦାୟିତ୍ୱ ଓ ପଦମର୍ଯ୍ୟାଦାକୁ ବଜାୟ ରଖନ୍ତୁ।”

ଏହି ସମ୍ବାଦିକ ସମିଳନୀରେ କଂଗ୍ରେସ ବରିଷ୍ଠ ନେତା ଶିବାନନ୍ଦ ରାୟ, ବରିଷ୍ଠ ନେତା ଉତ୍କଳ କେଶରୀ ରାଉତରାୟ, ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ ଓ ମିଡିଆ ସେଲର ପ୍ରବକ୍ତା ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।

Comment