ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ପୁଲୱାମାର ପ୍ରତିଶୋଧ ନେଲା ଭାରତ। ଆତଙ୍କବାଦୀ ଶିବିର ଉପରେ ୧୦୦୦ କେଜି ଓଜନର ବୋମା ମାଡ଼ କଲା ଭାରତୀୟ ବାୟୁସେନା।

ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସମଗ୍ର ଭାରତରେ ଘୋର ନିନ୍ଦା କରିବା ସହ ପାକିସ୍ତାନକୁ ଘୋର ବିରୋଧ ମଧ୍ୟ କରୁଥିଲେ। ତେବେ ମଙ୍ଗଳବାର ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଉପରେ ଆକ୍ସନ୍‌ ନିଆଯାଇଛି। ମଙ୍ଗଳବାର ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରରେ (ଫିଓକେ) ୧୦୦୦ କେଜି ଓଜନର ବୋମା ପକାଯାଇଛି। ଏହି ବୋମା ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ପକାଯାଇଥିଲା। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହା ସହ ଆତଙ୍କବାଦୀ ଶିବିର ଧ୍ବଂସ ପାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଏହି ଆକ୍ରମଣ ମଙ୍ଗଳବାର ଭୋର ୩.୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍‌ସ୍‌ ଏଲ୍‌ଓସି ଏହି ଆକ୍ରମଣ କରିଛି।

ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଏ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ପାକିସ୍ତାନ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର ଟୁଇଟ୍‌ କରି ଲେଖିଛନ୍ତି ଯେ ଭାରତୀୟ ବାୟୁସେନା ଏଲ୍‌ଓସିରେ ବାୟୁସୀମା ଉଲ୍ଲଘଂନ କରିଛି।

ତେବେ ଫେବ୍ରୁଆରି ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।

Comment