ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଡରିଲା ପାକିସ୍ତାନ। ଆତଙ୍କବାଦୀ ବିରୋଧରେ ପୂରା ଦେଶ ଏକାଠି ହୋଇଥିବା ବେଳେ ପାକିସ୍ତାନ ଏନେଇ ବିଭିନ୍ନ ଟିପ୍ପଣୀ ଦେଉଛି। ବର୍ତ୍ତମାନ ସୂଚନା ମିଳୁଛି କି ଭାରତ ହିସାବ ବରାବର କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଉଛି। ଏହି ଚେତାବନୀକୁ ଡରି ପାକିସ୍ତାନର ଏଜେନ୍ସି ISI ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍‌ ଅଜହର ଏକ ସୁରକ୍ଷିତ ସ୍ଥାନରେ ଲୁଚେଇ ରଖିଛନ୍ତି।

୧୪ ଫେବ୍ରୁଆରିକୁ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତବାସୀ ପାକିସ୍ତାନକୁ ଘୋର ନିନ୍ଦା କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଭାରତ ପ୍ରତିଦିନ ରକ୍ଷାମନ୍ତ୍ରାଳୟ ସମେତ ଗୃହମନ୍ତ୍ରୀ ଏବଂ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରି ଆସୁଛନ୍ତି ଏବଂ ପୁଲୱାମା ଆକ୍ରମଣର କଡ଼ା ଜବାବ ଦେବାପାଇଁ ଭାରତ ନିଜର ରଣନୀତି ପ୍ରସ୍ତୁତ କରୁଛି। ସୁତ୍ର ଅନୁସାରେ ଜୈଶ-ଏ-ସଙ୍ଗଠନର ମୁଖ୍ୟ ମସୁଦ୍‌ ଅଜହରକୁ ରାୱଲପିଣ୍ଡିର ବହାୱଲପୁରରେ ସୁରକ୍ଷିତ ଠିକଣାରେ ନେଇ ରଖାଯାଇଛି।

ପୁଲୱାମା ଆକ୍ରମଣର ଠିକ୍‌ ପରେ ଫେବ୍ରୁଆରି ୧୭-୧୮ରେ ବହାୱଲପୁର ନିକଟରେ କୋଟଘାନୀ ପଠାଯାଇଛି। ଏହାସହ ଆଇଏସ୍‌ଆଇ ମସୁଦ୍‌ ଅଜହରଙ୍କୁ କଡ଼ା ସୁରକ୍ଷା ଘେରରେ ରଖାଯାଇଛି।

Comment