ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟ ୧୭ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ଲାଗିଛି। ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ବନ୍ୟ ଯନ୍ତୁ ଆକ୍ରମଣରେ ମୃତ୍ୟୁ ପାଇଁ କ୍ଷତିପୁରଣ ପ୍ରଦାନ ବ୍ୟବସ୍ଥାକୁ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରାଯାଇଛି। ମୃତ୍ୟୁର ୩ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖଲ କରାଯିବ ଏବଂ ୧୫ ଦିନ ସୁଦ୍ଧା ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ସେହିପରି ସରକାରୀ ଡାକ୍ତରମାନଙ୍କୁ ପଦୋନ୍ନତି ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ନିୟମିତ ଚାକିରୀ କରୁଥିଲେ ପ୍ରତି ୭ ବର୍ଷରେ ପଦୋନ୍ନତି ମିଳିବ ବୋଲି ନିଷ୍ପତ୍ତି ହୋଇଛି।

ଗଣଶିକ୍ଷା ଅଧିନକୁ ଯାଇଥିବା ଯୁକ୍ତ ଦୁଇ କଲେଜ ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର ପ୍ରସ୍ତୁତ ହୋଇଛି। ସେହିପରି ସ୍କୁଲରେ PGT ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର ପ୍ରସ୍ତୁତ ହୋଇଛି। OPSC ଦ୍ୱାରା ଏହି ସମସ୍ତ ନିଯୁକ୍ତି ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେହିପରି ଜଳ ସଂପଦ ବିଭାଗ ଇଂଗିନିୟର କ୍ୟାଡରରେ ସଂଶୋଧନ କରାଯାଇଛି।

ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ  ଅଫିସିଆଲ ବ୍ୟବହାରକୁ ନେଇ ପୁରସ୍କାର ଘୋଷଣା କରାଯିବ। ଯେଉଁମାନେ ବେଶି ବ୍ୟବହାର କରୁଥିବେ ତାଙ୍କୁ ପୁରସ୍କାର ମିଳିବ। ବ୍ୟବହାର କରୁନଥିବା ଅଧିକାରୀଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିପରି କାଳିଆ ଯୋଜନାରେ ଅତିରିକ୍ତ ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comment