ଓଡ଼ିଶାଲଇଭ୍‌ ବ୍ୟୁରୋ

ଷଷ୍ଠ ରାଜ୍ୟ ଓ ଫିଲ୍ମ ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି। ୨୦୧୭ ବର୍ଷ ଲାଗି ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି।

ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର ଲାଗି ମନୋନୀତ କରାଯାଇଛି। ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ହେଲୋ ଆରସି ଲାଗି ସେ ଏହି ସମ୍ମାନ ପାଇବେ।

ଲୈଲା ଓ ଲୈଲା ଲାଗି  ସନମୀରା ପାଇବେ ଶ୍ରେଷ୍ଠ ଅଭିନେତ୍ରୀର ପରୁସ୍କାର।

ସେହିପରି ହେଲୋ ଆରସୀ ଲାଗି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ। ନୂଆବୋହୂ ଶ୍ରେଷ୍ଠ ଧାରାବାହିକ।

ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ବୈଦ୍ୟନାଥ ଦାସ। ଲୈଲା ଓ ଲୈଲା ଲାଗି ବୈଦ୍ୟନାଥ ଏହି ପୁରସ୍କାର ପାଇବେ। ଅରୁଣ ମନ୍ତ୍ରୀଙ୍କୁ ଶ୍ରେଷ୍ଠ ଗୀତିକାର ପୁରସ୍କାର ଲାଗି ମନୋନୀତ କରାଯାଇଛି। ତୁ ମୋ ଲଭ୍‌ ଷ୍ଟୋରି ଲାଗି ସେ ଏହି ପୁରସ୍କାର ପାଇବେ।

ଅସୀମା ପଣ୍ଡା ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର(ଫିମେଲ), ସତ୍ୟଜିତ୍‌ ପ୍ରଧାନ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର (ମେଲ) ପୁରସ୍କାର ପାଇବେ।

Comment