ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକ୍‌ର ଭାରତୀୟ ବାୟୁସୀମା ଉଲଙ୍ଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି।

ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଏନ୍‌ଏସ୍‌ଏ ଅଜିତ ଡୋଭାଲ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଉପସ୍ଥିତ ରହିଛନ୍ତି।

ଏହି ବୈଠକରେ ଗୁଇନ୍ଦା ଅଧିକାରୀ ବି ଉପସ୍ଥିତ ରହିଛନ୍ତି। ବୈଠକରେ ସୀମାର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି। ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କ ସତର୍କ ରହିବାକୁ ମଧ୍ୟ ଆଲୋଚନା ହୋଇଛି।

ପାକ୍‌ର ସୀମା ଉଲଙ୍ଘନ ପାଇଁ ତାକୁ କଡ଼ା ଜବାବ ଦେବାକୁ ବୈଠକରେ ଆଲୋଚନା ହୋଇଛି।

Comment