ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲାକୋଟରେ ଜୈଶ-ଏ-ମହମ୍ମଦ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହାସହ ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ମଧ୍ୟ ଅଛନ୍ତି। ଏହି ଭିତ୍ତିରେ ଆତଙ୍କୀ ଆକ୍ରମଣକୁ ନଜରରେ ରଖି ମୁମ୍ବାଇ ମେଟ୍ରୋରେ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ମେଟ୍ରୋରେ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି।

ଜାମ୍ମୁ, ଶ୍ରୀ ନଗର ଏବଂ ପଠାନକୋର୍ଟକୁ କଡ଼ା ସୁରକ୍ଷା ଘେରରେ ରଖାଯାଇଛି। ଗୁଜୁରାଟ ସୀମାନ୍ତରେ ମଧ୍ୟ ସୁରକ୍ଷାକୁ ଅଧିକ କରାଯାଇଛି।

ଅନ୍ୟପଟେ ଦିଲ୍ଲୀରେ ବି ଆଲର୍ଟ କରି ଦିଆଯାଇଛି। ଦିଲ୍ଲୀର ସିନ୍ଧୁ ସୀମାନ୍ତ ଉପରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରୁ ଆସୁଥିବା ସମସ୍ତ ଗାଡ଼ି ଚେକିଙ୍ଗ୍‌ ହେବା ପରେ ଗାଡ଼ିକୁ ଯିବାକୁ ପରାମର୍ଶ ଦିଆଯାଉଛି।

ଦିଲ୍ଲୀ ମେଟ୍ରୋରେ ବି ରେଡ ଆଲର୍ଟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ମେଟ୍ରୋ ଷ୍ଟେସନ୍‌ ନୟନ୍ତ୍ରକ ପ୍ରତି ଦୁଇ ଘଣ୍ଟାରେ ପୂରା ଷ୍ଟେସନ୍‌ ଏବଂ ପାର୍କିଂ ଅଞ୍ଚଳର ବି ଯାଞ୍ଚ ଯାଉଛି। କିଛି ବି ସନ୍ଦେହ ହେଲେ କଣ୍ଟ୍ରୋଲ ସେଣ୍ଟରକୁ ଅବଗତ କରାଯିବ।

Comment