ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଟ୍ରାନ୍ସଜେଣ୍ଡର ୱେଲଫେଆର ବୋର୍ଡ ଗଠନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି  ଓ ରାଜନୀତିରେ କିନ୍ନରମାନଙ୍କ ପାଇଁ ଶତକଡା ୫ ପ୍ରତିଶତ ଭାଗ ସଂରକ୍ଷଣ କରିବା ଦାବି ନେଇ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ବାସଭବନ ଘେରାଉ କରିଥିଲେ ଓଡ଼ିଶାର କିନ୍ନର ସଂଘ। ପ୍ରାୟ ୧୫୦୦ରୁ ଅଧିକ କିନ୍ନର ଏହି ଧାରଣାରେ ସାମିଲ ହୋଇଥିଲେ।

ଏହା ପରେ ଏକ ୧୫ ଜଣିଆ କିନ୍ନର ଟିମ ମନ୍ତ୍ରୀଙ୍କ ନିବାସକୁ ଯାଇ ଦାବି ସମ୍ପର୍କରେ ଜଣାଇ ଥିଲେ। ତେବେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବିଧାୟକଙ୍କ ଉପସ୍ଥିତିରେ ଶୁକ୍ରବାର ସୁଦ୍ଧା ସବୁ ଦାବି ପୂରଣ କରିବା ସହ ଏକ ସ୍ୱତନ୍ତ୍ର ୱେଲଫେଆର ବୋର୍ଡ ଗଠନ କରାଯିବାର ପ୍ରତିଶ୍ରୁତି ଦେଲାପରେ କିନ୍ନର ସଂଘ ଧାରଣାରୁ ଓହରି ଥିଲେ।

ତେବେ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା କହିଛନ୍ତି ,”କି ୨୦୧୪ରୁ ନାଲସା ଏବଂ ୟୁନିଅନ ଅଫ ଇଣ୍ଡିଆରୁ  କିନ୍ନରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱେଲଫେଆର ଗଠନ ପାଇଁ ସ୍ୱୀକୃତି ମିଲିଛି। ମାତ୍ର ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କାହିଁକି କିନ୍ନରମାନଙ୍କୁ ସେମାନଙ୍କ ଅଧିକାର ଦେଉ ନାହାନ୍ତି। କିନ୍ନରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱେଲଫେଆର ଗଠନ କରିବା ସହ କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉ।”

Comment