ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜରାଟ ଜୁନାଗଡ଼ରେ ବିଶ୍ୱର ସବୁଠାରୁ ବଡ ରୁଦ୍ରାକ୍ଷ ଶିବଲିଙ୍ଗ ନିର୍ମିତ ହୋଇଛି। ମହାଶିବରାତ୍ରି ଅବସରରେ ଜୁନାଗଡ଼ରେ ଛୋଟ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ଜୁନାଗଡ଼ରେ ତିଆରି ହୋଇଥିବା ବିଶ୍ୱର ସର୍ବୋଚ୍ଚ ଶିବଲିଙ୍ଗର ଉଚ୍ଚତା ୫୧ ଫୁଟ। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ଏହି ଶିବଲିଙ୍ଗ ୫୧ ଲକ୍ଷ ରୁଦ୍ରାକ୍ଷରେ ତିଆରି ହୋଇଛି। ଏହି ଶିବଲିଙ୍ଗକୁ ଦୂରରୁ ଦେଖିଲେ ଜଣାପଡ଼ୁନାହିଁ ଯେ, ଏହା ରୁଦ୍ରାକ୍ଷରେ ତିଆରି ହୋଇଛି। ପାଖକୁ ଗଲେ ଏହାର ସୁନ୍ଦର କଳାକୃତି ନଜର ଆସୁଛି। ଶିବଲିଙ୍ଗ ଚାରିପାଖେ ଏକ ବଡ ମାଳା ମଧ୍ୟ ପିନ୍ଧା ଯାଇଛି। ଗୁଜରାଟ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଶିବଲିଙ୍ଗ। ଶିବଲିଙ୍ଗକୁ ଦେଖି ଲୋକ ଭାବ ବିହ୍ଵଳ ହୋଇପଡୁଛନ୍ତି।

ଏହା ପୂର୍ବରୁ ରାଜସ୍ଥାନ ଯୋଧପୁରରେ ପାଖାପାଖି ୬୫ କି.ମି ଦୂର ସଚ୍ଚିୟାୟ ମାତାଙ୍କ ମନ୍ଦିର ୩୩ ଫୁଟ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ତିଆରି କରାଯାଇଥିଲା।  ଏଥିରେ ୨୫ ଲକ୍ଷ ରୁଦ୍ରାକ୍ଷ ଲାଗିଥିଲା। ଏହି ଶିବଲିଙ୍ଗ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

Comment