ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ସଙ୍ଗଠନ ମଜଭୁତ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ ବ୍ଲକ ଭୋଳହାଟଠାରେ ମୋ ବୁଥ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାର ଉଭୟ ଲୋକସଭା ଓ ୫ଟି ଯାକ ବିଧାନସଭା ଆସନକୁ କବଜା କରିବ। ୧୯ ବର୍ଷର କଳଙ୍କିତ ଶାସନକୁ ଫିଙ୍ଗି ଏବେ ଭୋଟର ବିଜେପି ଆଡକୁ ମୁହାଁଇ ଥିବା ବିଜେପି ନେତାମାନେ ଦାବି କରିଛନ୍ତି। ପାଟକୁରା ନିର୍ବାଚନମଣ୍ଡଳୀର ଭୋଳହାଟଠାରେ ବିଜେପିର ସମାବେଶରେ ଲୋକମାନଙ୍କ ଉତ୍ସାହକୁ ଦେଖି ବିଜେପି ଏଥର ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ବୋଲି ଦଳର ନେତ ଦାବି କରିଛନ୍ତି।

ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହେବାକୁ ଆଶାୟୀମାନଙ୍କ ତାଲିକା ଲମ୍ବୁଛି। ଗତ ନିର୍ବାଚନରେ ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ମାନସ ମହାନ୍ତି, ବିଜୟ ମହାପାତ୍ରଙ୍କ ରାଜନୈତିକ ଛାତ୍ର ତଥା ପୁର୍ବତନ ଓଜିପି ବିଧାୟକ ଉତ୍କଳ ପରିଡା, ଶ୍ରମିକ ନେତା ଅଶୋକ ତ୍ରିପାଠୀ, ପୂର୍ବତନ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ, ବିଜେପି ନେତ୍ରୀ କଲ୍ୟାଣି ନାୟକ ପ୍ରାର୍ଥୀ ହେବାକୁ ଲବି ଆରମ୍ଭ କରିଛନ୍ତି। ଦଳ ଏଥର ୧୨୦+ ପାଇବାକୁ କେନ୍ଦ୍ରିୟ ନେତାମାନେ ଚନ୍ତା କରୁଥିବା ବେଳେ ଏଥର ଦଳ ୧୪୭ଟି ବିଧାନସଭା ଉପରେ ନଜର ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ରହି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଜେପିର ଏହି ସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବା ସହିତ ସେହି ସବୁ ସଭା ସ୍ଥଳର ଜନ ସାଧାରଣଙ୍କ ସହିତ ସିଧା କଥା ହୋଇଥିଲେ। ହେଲେ ପାଟକୁରା ସଭାରେ ଯୋଗ ଦେଇଥିବା କର୍ମୀଙ୍କ  ସହ ମୋଦି କଥା ନହେବାରୁ ବିଜେପି କର୍ମୀ ଓ ନେତାମାନେ ନିରାଶ ହୋଇଥିଲେ।

Comment