ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଶାନ୍ତି ପାଇଁ ଆତଙ୍କବାଦର ମୂଳପୋଛ ଜରୁରୀ। ଆତଙ୍କବାଦ ବିରୋଧରେ ଆମର ଲଢ଼େଇ ଚାଲିଛି କୌଣସି ଧର୍ମ ବିରୋଧରେ ନୁହେଁ”, ଓଆଇସି ସମ୍ମିଳନୀରେ ଯୋଗ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହା କହିଛନ୍ତି।

ଆତଙ୍କବାଦୀଙ୍କ ମୂଳୋତ୍ପାଟନ ପାଇଁ ବିଶ୍ୱ ସମୁଦାୟକୁ ଆହ୍ୱାନ କରିଛନ୍ତି ସୁଷମା।

ଯୁବକଙ୍କୁ ଆତଙ୍କବାଦରେ ନୁହେଁ ବରଂ ଯୁଗ ନିର୍ମାଣରେ ନିୟୋଜନ କରାଯାଉ ବୋଲି ସେ କହିଛନ୍ତି।

ଆବୁଧାବିରେ ଚାଲିଥିବା ଇସଲାମୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ସୁଷମା। (ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋ-ଅପରେସନ) ସୁଷମାଙ୍କୁ ଗେଷ୍ଟ ଅଫ୍‌ ଅନର ରୂପେ ସାମିଲ କରିଛି।

ପାକିସ୍ତାନ ସୁଷମାଙ୍କୁ ସାମିଲ ନକରିବା ପାଇଁ ଦାବି କରିବା ପରେ ମଧ୍ୟ ଓଆଇସି ତାଙ୍କୁ ସାମିଲ କରାଇଛି। ଫଳରେ ସମ୍ମିଳନୀରେ ପାକିସ୍ତାନ ଯୋଗ ଦେଇନି। ୫୭ଟି ଇସ୍‌ଲାମିକ ଦେଶକୁ ନେଇ ହେଉଛି ସମ୍ମିଳନୀ।

 

Comment