ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଆଉ ୪ ଜଣ ଗିରଫ ହୋଇଛନ୍ତି। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗରେ କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଜଣ ଅଭିଭାବକକୁ ଗିରଫ କରାଯାଇଛି।

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ସରକାରୀ ସ୍କୁଲରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।

ଏହା ପୂର୍ବରୁ ମଧ୍ୟ ବନ୍ଧୁଗାଁ ହାଇସ୍କୁଲର ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ଓ ଜଣେ ଶିକ୍ଷକଙ୍କ ନାଁରେ ପ୍ରଶ୍ନପତ୍ର ଭାଇରାଲ ନେଇ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଏହି ମାମଲାରେ ଆଉ ୪ ଜଣଙ୍କୁ ଗିରଫ୍‌ କରିଛି ପୋଲିସ।

 

Comment