ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ବଙ୍ଗୋପସାଗରର ଗହୀରମଥା ନାସୀ ୨ ଦ୍ଵୀପରେ ବିରଳ ଅଲିଭରିଡଲେ ସାମୁଦ୍ରିକ କଇଁଛ ସମୂହ ଅଣ୍ଡା ଦେଇଛନ୍ତି। ଗତ ୨୭ ତାରିଖରେ  ୧୨ ହଜାର ୭୯୦ କଇଁଛ ଅଣ୍ଡା  ଦେଇଥିବା ବେଳେ ବୁଧବାର ରାତିରେ ୭୯ ହଜାର ୨୬୩ଟି କଇଁଛ ଅଣ୍ଡା ଦେଇଛନ୍ତି।

ଗତ ଦୁଇ ଦିନ ହେଲା ବଙ୍ଗୋପସାଗରର ହୁଇଲର ଆଇଲାଣ୍ଡର ନାସୀ -୨ ଦ୍ଵୀପରେ ଅଲିଭରିଡଲେ କଇଁଛମାନଙ୍କର ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏପର୍ଯ୍ୟନ୍ତ ୯୨ ହଜାର ୫୩ଟି କଇଁଛ ଅଣ୍ଡା ଦେଇସାରିଛନ୍ତି। ଆଜି ଏମାନଙ୍କ ସଂଖ୍ୟା ଆହୁରି ବଢିବ ବୋଲି ରାଜନଗର ବନଖଣ୍ଡ ସୁତ୍ରରୁ ଜଣାପଡିଛି। କଇଁଛ ଅଣ୍ଡା ଦେଉଥିବା ସ୍ଥାନ ଅବ୍‌ଦୁଲକଲାମ ଦ୍ଵୀପ ବା ହୁଇଲର ଆଇଲାଣ୍ଡରେ ରହିଛି। ପ୍ରତିରକ୍ଷା ବିଭାଗର କଡା କଟକଣା ରହିଥିବାରୁ ଏହି ସ୍ଥାନକୁ ସର୍ବସାଧାରଣଙ୍କ ଯିବାକୁ ନିଷିଦ୍ଧ କରାଯାଇଛି।

ତାଛଡା ସମୁଦ୍ର ମଝିରେ ଏହିସ୍ଥାନକୁ କେବଳ ବନ ବିଭାଗର କର୍ମଚାରୀମାନେ ଯିବା ଆସିବା କରିଥାନ୍ତି। ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବନ ବିଭାଗର କର୍ମଚାରୀମାନଙ୍କ ଗତିବିଧିକୁ ମଧ୍ୟ ତିକ୍ଷ୍ଣ ନଜର ମଧ୍ୟରେ ରଖିଛି ପ୍ରତିରକ୍ଷା ବିଭାଗ।

କ୍ଷେପଣାସ୍ତ୍ର ଘାଟି ରହିଥିବା ଏହି ଅବଦୁଲଲକଲାମ ଦ୍ଵୀପକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପ୍ରହରା ମଧ୍ୟରେ ରଖାଯାଇଛି।

Comment