ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ ଯୋଗେ ଆଲୋଚନା କରିବାକୁ ଚାହୁଁଛନ୍ତି। ସୂଚନାନୁସାରେ ଏଥିଲାଗି ପାକିସ୍ତାନ ଅଧିକାରୀଙ୍କ ତରଫରୁ ଭାରତ ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି।

କୁହାଯାଉଛି ସଂସଦରେ ଚାଲିଥିବା ଜଏଣ୍ଟ ସେସନରେ ନିଜ ଭାଷଣରେ ଇମ୍ରାନ କହିଥିଲେ କି, ‘ମୁଁ ନରେନ୍ଦ୍ର ମୋଦିଙ୍କ ସହ ଫୋନ ମାଧ୍ୟମରେ କଥା ହେବାକୁ ଚେଷ୍ଟା କରିଛି ମାତ୍ର ଆଲୋଚନା ହୋଇପାରିନି।’

ମସୁଦ ଅଜହରକୁ ନେଇ ପାକିସ୍ତାନ ଆରମ୍ଭ କରିଛୁ ନୂଆ ଡ୍ରାମା

ପାକିସ୍ତାନ ସମର୍ଥନ ଦେଉଥିବା ଜୈସ-ଏ-ମହମଦର ମାଷ୍ଟରମାଇଣ୍ଡ ମସୁଦ ଅଜହରକୁ ନେଇ ନୂଆ ତଥ୍ୟ ଦେବା ସହ ଅଲଗା ସର୍ତ୍ତ ରଖୁଛି।

ପାକିସ୍ତାନ ଅଧିକାରୀଙ୍କ ଅନୁସାରେ ମସୁଦ ଅଜହର ପାକିସ୍ତାନରେ ଅଛି ମାତ୍ର ସେ ଏବେ ଏତେ ଅସୁସ୍ଥ କି ଘରୁ ବାହାରକୁ ବାହାରିବା କଷ୍ଟ।

ଏହାସହିତ ପାକିସ୍ତାନର ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି କି ଯଦି ମସୁଦ ଅଜହର ବିରୋଧରେ କିଛି ପ୍ରୁଭ ଅଛି ତେବେ ଦିଅନ୍ତୁ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ମାତ୍ର ପାକିସ୍ତାନ ଭୁଲିଯାଉଛି ଯେ ପୂର୍ବରୁ ଅନେକ ଥର ଭାରତ ପକ୍ଷରୁ ଅଜହର ବିରୋଧରେ ପ୍ରୁଭ ଦିଆସରିଛି।

 

Comment