ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଆଜି ପାକିସ୍ତାନ ଛାଡ଼ି ଦେଇଛି। ୱାଘା ବର୍ଡରରୁ ଅଟାରୀ ବର୍ଡର ଅଭିମୁଖେ ଅଭିନନ୍ଦନ ଯେତେବେଳେ ଆସୁଥିଲେ ସେତେବେଳେ ଜମ୍ମୁ-କଶ୍ମୀର ସୀମାରେ ଗୁଳି ବର୍ଷୁଥିଲା।

ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପୁଣିଥରେ ପାକିସ୍ତାନ ସେନା ପକ୍ଷରୁ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ଭାରତ ଦେଇଛି।

ପାକିସ୍ତାନରେ ୩୬ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦୀ ଥିବା ଅଭିନନ୍ଦନ ଭାରତ ଫେରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଲୋକେ ଅଟାରୀ ବର୍ଡ ନିକଟରେ ଅପେକ୍ଷା କରି ରହିଥିଲେ। ବାଜା ବଜାଇ, ବାଣ ଫୁଟାଇ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comment