ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲାରେ ପୁଣିଥରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରିଛିନ୍ତି ଆତଙ୍କବାଦୀ। ପୁଲୱାମା ଜିଲ୍ଲା ତ୍ରାଲର ଅମଲାର-ଅବନ୍ତିପୁରା ମୁଖ୍ୟ ରାସ୍ତାରେ ଆଇଡି ବିଛାଇଥିଲେ ଆତଙ୍କବାଦୀ। ଏହି ଆଇଡି ବିସ୍ଫୋରଣ ଶନିବାର ସକାଳେ ହୋଇଥିଲା।  ସୌଭାଗ୍ୟବଶତଃ ଏଥିରେ ସୁରକ୍ଷାକର୍ମୀଙ୍କୁ କୌଣସି ଆଘାତ ପହଞ୍ଚି ନାହିଁ।

ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ତିନୋଟି କୋଠା କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷାକର୍ମୀ ଓ ରାଜ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

ଫେବ୍ରୁଆରି ୧୪ ପୁଲୱାମା ଘଟଣା ପରେ ସୀମାରେ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଛି। ଲଗାତର ସୀମାରେ ଆତଙ୍କବାଦୀ ଓ ସେନା ଭିତରେ ଗୁଳି ବିନିମୟ ଚାଲିଛି। ସୀମାରେ କେବେ ଶାନ୍ତି ପଡ଼ିବ ସେନେଇ ଦେଶବାସୀଙ୍କ ନଜର ରହିଛି।

Comment