ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ରିଲିଜ ହୋଇଛି। ଏହି ମଧ୍ୟରେ ନବାଗତା ସାରା ଅଲ୍ଲୀ ଖାନଙ୍କ ସହିତ କାର୍ତ୍ତିକ ଆର୍ଯ୍ୟନଙ୍କ ଆଉ ଏକ ଫିଲ୍ମ ଶୀଘ୍ର ଆସିବ ବୋଲି ଶୁଣିବାକୁ ମିଳିଛି।

ଦୁଇ ଜଣ “ଲଭ ଆଜକଲ” ଫିଲ୍ମର ସେକେଣ୍ଡ ପାର୍ଟରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ସାରା ଅଲ୍ଲୀ ଖାନ ଓ ତାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ। ଏମାନଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ମଧ୍ୟ ନଜର ଆସିବେ।

ଫିଲ୍ମର ସୁଟିଂ ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ତେବେ ଫିଲ୍ମଟି ବିଦେଶରେ ନୁହେଁ ବରଂ ଦିଲ୍ଲୀ ଓ ପଞ୍ଜାବରେ ସୁଟିଂ ହେବ।

ଅଭିନେତ୍ରୀ ସାରା ଅଲ୍ଲୀ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସିମ୍ବା ଫିଲ୍ମ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା।

Comment